ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟର ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ
  • କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତ ସୁସ୍ଥ
  • ୩୧୪୪ ଜଣ କରୋନା ଆକ୍ରାନ୍ତ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି

କରୋନା କବଳରୁ ସୁସ୍ଥ ହେଲେ ରାଜ୍ୟର ଆଉ ୯୭ କରୋନା ରୋଗୀ। ଫଳରେ ରାଜ୍ୟର ମୋଟ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ଏହି ରୋଗୀଙ୍କ ମଧ୍ୟରେ ସର୍ବାଧିକ କଟକ ଜିଲ୍ଲାରୁ ୧୭ ଜଣ ରହିଛନ୍ତି। ଏଥିସହିତ ଖୋର୍ଦ୍ଧା ଜିଲ୍ଲାରୁ ୧୬ ଜଣ, ଗଞ୍ଜାମରୁ ୧୬, କନ୍ଧମାଳରୁ ୧୪, ମୟୂରଭଞ୍ଜରୁ ୯, ଯାଜପୁରରୁ ୭, ପୁରୀରୁ ୫, ନୟାଗଡ଼ରୁ ୪, କେନ୍ଦ୍ରାପଡ଼ାରୁ ୩, ବଲାଙ୍ଗିରରୁ ୨, କେନ୍ଦୁଝରରୁ ୨ ଏବଂ ଢେଙ୍କାନାଳ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି।

ରାଜ୍ୟରେ ଏବେ ସୁଦ୍ଧା ମୋଟ ୪୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୧୪୪  ଜଣ ସୁସ୍ଥ ହୋଇସାରିଲେଣି। ଅନ୍ୟପଟେ ୧୧ ଜଣ କରୋନା ରୋଗୀ ପ୍ରାଣ ହରାଇଥିବାବେଳେ ବାକି ଆକ୍ରାନ୍ତମାନେ ଏବେ ବି ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment