ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ଼

- ରାଜ୍ୟର ଆଉ ୧୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ
- କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଶହକୁ ବୃଦ୍ଧି
- ଆଜି କଟକରୁ ସର୍ବାଧିକ ୪୩ ଜଣ ସୁସ୍ଥ
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୧୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟର ମୋଟ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୩୨ ଶହକୁ ବୃଦ୍ଧି ପାଇଛି।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ କଟକ ଜିଲ୍ଲାରୁ ୪୩ ଜଣ ରହିଛନ୍ତି। ସେହିପରି ଜଗତସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯ ଏବଂ କଳାହାଣ୍ଡିରୁ ୭ ଜଣ ସୁସ୍ଥ ହୋଇଛନ୍ତି।
ସେହିଭଳି ବାଲେଶ୍ୱର, ଦେବଗଡ଼, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ କୋରାପୁଟରୁ ଜଣେ ସୁସ୍ଥ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟର ମୋଟ ୪୬୭୭ ଆକ୍ରାନ୍ତ ମଧ୍ୟରୁ ୩୨ ଶହ ଜଣ ସୁସ୍ଥ ହୋଇଛନ୍ତି। ବାକି ଆକ୍ରାନ୍ତମାନେ ଏବେ ବି ସକ୍ରିୟ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।


















