ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- ରାଜ୍ୟରେ ୧୬୫ ଜଣ ନୂଆ ପଜିଟିଭ୍ ଚିହ୍ନଟ
- ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୬୭୭କୁ ବୃଦ୍ଧି
- ଆଜି ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୪୧ ଜଣ ଚିହ୍ନଟ
ରାଜ୍ୟରେ ପୁଣି ବଢ଼ିଲା କରୋନା ପଜିଟିଭ୍ ସଂଖ୍ୟା। ଆଜି ରାଜ୍ୟରେ ୧୬୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ଶହ ଉପରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୮, ଯାଜପୁରରୁ ୮, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧, ପୁରୀରୁ ୭, କଟକରୁ ୨୦, ଜଗତସିଂହପୁରରୁ ୧, ଝାରସୁଗୁଡ଼ାରୁ ୨, ଅନୁଗୁଳରୁ ୧, ବାଲେଶ୍ୱରରୁ ୨୧, ଗଜପତିରୁ ୨୮, ସୁନ୍ଦରଗଡ଼ରୁ ୬, ବଲାଙ୍ଗିରରୁ ୨,ମୟୂରଭଞ୍ଜରୁ ୩, କୋରାପୁଟରୁ ୧ ଏବଂ ଅମ୍ପାନ ଡ୍ୟୁଟିରୁ ଫେରିଥିବା ୧୧ ଜଣ କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୪୦ ଜଣ କ୍ୱାରେଣ୍ଟାଇନରେ ଥିଲେ। ହେଲେ ବାକି ୨୫ ଜଣ ସ୍ଥାନୀୟ ଲୋକ ଥିଲେ ବୋଲି ସୂଚନା ମିଳିଛି।
ଏଥିସହ ରାଜ୍ୟର ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୧୪୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ଏବେ ବି ୧୫୧୯ ଜଣ ସକ୍ରିୟ ଅଛନ୍ତି ବୋଲି ସୂଚନା ରହିଛି।


















