ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଆଜି ରାଜ୍ୟରୁ ୧୭୯ ନୂଆ ପଜିଟିଭ୍ ଚିହ୍ନଟ  
  • ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୭ ଜଣ ପଜିଟିଭ୍ 
  • ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି 

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭଙ୍କ ସଂଖ୍ୟା। ଶନିବାର ରାଜ୍ୟରେ ଆଉ ୧୭୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮ ଶହ ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୯ ଜଣ ଲୋକାଲ ଲୋକ ମଧ୍ୟ ପଜିଟିଭ୍ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥସହିତ ଖୋର୍ଦ୍ଧାରୁ ୨୭, ଅନୁଗୁଳରୁ ୬, ନବରଙ୍ଗପୁରରୁ ୧, ଜଗତସିଂହପୁରରୁ ୪, କଟକରୁ ୧୫, ବରଗଡ଼ରୁ ୨, ଭଦ୍ରକରୁ ୫, ଯାଜପୁରରୁ ୩, ମାଲକାନଗିରିରୁ ୨, ରାୟଗଡ଼ାରୁ ୫, କେନ୍ଦୁଝରରୁ ୧୮, ଦେବଗଡ଼ରୁ ୧, ଦେବଗଡ଼ରୁ ୧, କେନ୍ଦ୍ରାପଡ଼ାରୁ ୫, ମୟୂରଭଞ୍ଜରୁ ୧୦ ଏବଂ ୧୮ ଜଣ ଏନଡିଆରଏଫ୍ ଓ ଅଗ୍ନିଶମ କର୍ମଚାରୀ ମଧ୍ୟ ପଜିଟିଭ୍ ହୋଇଛନ୍ତି।

ଏଥିସହିତ ରାଜ୍ୟର ମୋଟ ପଜିଟିଭ୍ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୨୯୭ ଜଣ ସୁସ୍ଥ ହୋଇ ହସ୍ପିଟାଲୁ ଡିସଚାର୍ଜ ହୋଇଥିବାବେଳେ ଏବେ ବି ୧୫୪୩ ଜଣ ସକ୍ରିୟ ଅଛନ୍ତି ବୋଲି କୁହାଯାଇଛି।

Comment