ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି ଭୁବନେଶ୍ୱରରୁ ୧୯ ନୂଆ ପଜିଟିଭ୍
  • ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ଲୋକାଲ ଲୋକ ସାମିଲ୍
  • ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସୁବାସ ନଗର ବସ୍ତିରୁ ୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୯ ନୂଆ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ତେବେ ଚିନ୍ତାର ବିଷୟ ହେଉଛି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ଲୋକାଲ ଲୋକ ସାମିଲ୍ ଅଛନ୍ତି। ବାକି ୪ ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନରେ ଥିବା ନେଇ ବିଏମସି ସୂଚନା ଦେଇଛି।

ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ଥିବା ସୁବାସ ନଗର ବସ୍ତିରେ ୫ ଜଣ ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଛି। ସେହିପରି ଲକ୍ଷ୍ମୀ ବଜାର ବସ୍ତିର ଜଣେ ୯ ବର୍ଷର ପୁଅ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବାକି ଆକ୍ରାନ୍ତମାନେ ବିଭିନ୍ନ ହସ୍ପିଟାଲର କର୍ମଚାରୀ ବୋଲି ବିଏମସି ସୂଚନା ଦେଇଛି।

ଅନ୍ୟପଟେ ଭୁବନେଶ୍ୱରର ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏଥିସହ ରାଜଧାନୀର ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ରାଜଧାନୀର ମୋଟ ୧୮୪  ପଜିଟିଭଙ୍କ ମଧ୍ୟରୁ ଏବେ ବି ୯୪ ଜଣ ସକ୍ରିୟ ଅଛନ୍ତି।

Comment