ଓଡିଶାଲାଇଭ୍ କରୋନା ବ୍ୟୁରୋ

  • ଆଜି ସର୍ବାଧିକ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ
  • କଟକ ଜିଲ୍ଲାରୁ ସର୍ବାଧିକ ୭୦ ଜଣ ସୁସ୍ଥ
  • ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୫୩୪କୁ ବୃଦ୍ଧି

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୨୩୭ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟର ମୋଟ କରୋନା ରୋଗୀଙ୍କ ସୁସ୍ଥ ହେବା ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଛି।

ଆଜି ନୂଆକରି ସୁସ୍ଥ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୭୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, କେନ୍ଦୁଝରରୁ ୮ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକ ଓ ମୟୂରଭଞ୍ଜରୁ ୯ ଜଣ ଲେଖାଏଁ, ଢେଙ୍କାନାଳ ଓ ପୁରୀରୁ ୭ ଜଣ ଲେଖାଏଁ, କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟ ୪୮୫୬ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା ୩୫୩୪ ଜଣ ସୁସ୍ଥ ହୋଇସାରିଲେଣି। ବାକି ଆକ୍ରାନ୍ତମାନେ ଏବେ ବି ସକ୍ରିୟ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment