ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘଦିନ ପରେ ଭୁବନେଶ୍ଵରରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା। ଭୁବନେଶ୍ଵର ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ବିଏମ୍ସି କମିସନର। ସୁବାସ ନଗର ବସ୍ତିରୁ ଏକାଧିକ ପଜିଟିଭ୍ ବାହାରିବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଏମ୍ସି।
କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ସୁବାସ ନଗର ବସ୍ତିରୁ ଏକାଧିକ ଆକ୍ରାନ୍ତ ବାହାରିଛନ୍ତି। ଏହାପରେ ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ ନମ୍ଵର ୩୨୩ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
କଣ୍ଟେନମେଣ୍ଟ ଜୋନ୍ ହେବା ପରେ ସେଠାରେ ସମସ୍ତ କଟକଣା ଲାଗୁ ହେବ। ଅଞ୍ଚଳରେ ସବୁ ଅଫିସ ବନ୍ଦ ରହିବ, ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ। ଆଜି ଡୁମୁଡୁମା ସୁବାସ ନଗର ବସ୍ତିରୁ ୬ ପଜିଟିଭ୍ ବାହାରିବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା। ତେଣୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ ବୋଲି କହିଛନ୍ତି ବିଏମ୍ସି କମିସନର।
















