ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ୨୪ ଘଣ୍ଟାରେ ଦେଶରେ ୧୫,୪୧୩ ନୂଆ କରୋନା ପଜିଟିଭ୍ ଚିହ୍ନଟ
  • ମୋଟ ପଜିଟିଭ୍ ସଂଖ୍ୟା ୪,୧୦,୪୬୧କୁ ବୃଦ୍ଧି
  • ମହାରାଷ୍ଟ୍ରରେ ପ୍ରାଣ ହରାଇଲେଣି ୬ ହଜାରରୁ ଅଧିକ ଆକ୍ରାନ୍ତ

ଗୋଟିଏ ଦିନରେ ଦେଶରେ ଚିହ୍ନଟ ହେଲେ ୧୫ ହଜାରରୁ ଅଧିକ ନୂଆ କରୋନା ପଜିଟିଭ୍। ଫଳରେ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୪  ଲକ୍ଷ ଟପିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି।

ଗତକାଲି ସାରା ଦେଶରେ ଆଉ ୧୫,୪୧୩  ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୪୬୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨ ଲକ୍ଷ ୨୭ ହଜାର ୭୫୭ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୧୩,୨୫୪ ଜଣ ପ୍ରାଣ ହରାଇସାରିଲେଣି। ଏବେ ବି ଦେଶରେ ୧ ଲକ୍ଷ ୬୯ ହଜାର ୪୫୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ରାଜ୍ୟମାନଙ୍କର କଥା ତୁଳନାକୁ ଆଣିଲେ ମହାରାଷ୍ଟ୍ର ଏବେ ବି ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି। ସେଠାରେ ୧ ଲକ୍ଷ ୨୮ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ପାଖାପାଖି ୬ ହଜାର ଲୋକ ପ୍ରାଣ ହରାଇସାରିଲେଣି। ଅନ୍ୟପଟେ ଦିଲ୍ଲୀରେ ୨୧୧୨, ଗୁଜରାଟରେ ୧୬୩୮ ଓ ତାମିଲନାଡୁରେ ୭୦୪ ଜଣ ଲୋକ ପ୍ରାଣ ହରାଇସାରିଲେଣି।

Comment