ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- ରାଜ୍ୟର ଆଉ ୧୮୬ ଆକ୍ରାନ୍ତ ସୁସ୍ଥ
- କଟକରୁ ସର୍ବାଧିକ ୬୨ ସୁସ୍ଥ
- ମୋଟ ୩୭୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୧୮୬ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟର ମୋଟ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୭ ଉପରେ ପହଞ୍ଚିଛି।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ କଟକ ଜିଲ୍ଲାରୁ ୬୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳର ୪୧, ଖୋର୍ଦ୍ଧାରୁ ୩୨, ଗଞ୍ଜାମରୁ ୧୨, ମୟୂରଭଞ୍ଜର ୮, ଅନୁଗୁଳର ୭, କେନ୍ଦୁଝରର ୫ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ମାଲକାନଗିରି, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର, ଦେବଗଡ଼, ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ବର୍ତ୍ତମାନ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧୬୦ ରହିଛି। ସେଥିମଧ୍ୟରୁ ୧୪ ଜଣ ପ୍ରାଣ ହରାଇଥିବାବେଳେ ୩୭୨୦ ଜଣ ସୁସ୍ଥ ହୋଇସାରିଲେଣି।


















