ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟରେ ଆଉ ୩୦୪ ନୂଆ ପଜିଟିଭ୍ ଚିହ୍ନଟ
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧୬୦କୁ ବୃଦ୍ଧି
  • କରୋନାରେ ପ୍ରାଣ ହରାଇଲେ ଆଉ ୨ ଆକ୍ରାନ୍ତ

ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ୩୦୪ ଜଣ ନୂଆ ପଜିଟିଭ୍। ଫଳରେ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଉ ୩୨ ଜଣ ସ୍ଥାନୀୟ ଲୋକ କରୋନା ସଂକ୍ରମିତ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଗଜପତି ଜିଲ୍ଲାରୁ ସର୍ବାଧିକ ୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୪୦, ଖୋର୍ଦ୍ଧାରୁ ୫, ମାଲକାନଗିରିରୁ ୨, କଟକରୁ ୧୩, ନୟାଗଡ଼ରୁ ୩, ଜଗତସିଂହପୁରରୁ ୨୯, ଝାରସୁଗୁଡ଼ାରୁ ୨୫, ବାଲେଶ୍ୱରରୁ ୧୭, ଢେଙ୍କାନାଳରୁ ୧, ସୋନପୁରରୁ ୪, କନ୍ଧମାଳରୁ ୧୨, ଭଦ୍ରକରୁ ୧୧, ବରଗଡ଼ରୁ ୧୪, ଯାଜପୁରରୁ ୨୧, ପୁରୀରୁ ୩, ସୁନ୍ଦରଗଡ଼ରୁ ୧, ସମ୍ବଲପୁରରୁ ୨, ବଲାଙ୍ଗିରରୁ ୧ , ମୟୂରଭଞ୍ଜରୁ ୬ କେନ୍ଦ୍ରାପଡ଼ାରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଅମ୍ପାନ ଡ୍ୟୁଟିରୁ ଫେରିଥିବା ୪୨ ଜଣ ଅଗ୍ନିଶମ ଓ ଏନଡିଆରଏଫ୍ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର ମୋଟ ପଜିଟିଭ୍ ସଂଖ୍ୟା ୫୧୬୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୫୩୪ ଜଣ ସୁସ୍ଥ ହୋଇଥିବାବେଳେ ବାକି ୧୬୦୭ ଜଣ ଏବେ ବି ସକ୍ରିୟ ଅଛନ୍ତି। ଅନ୍ୟପଟେ ଆଜି ଆଉ ଦୁଇ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି।

Comment