ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଭୁବନେଶ୍ୱରରୁ ୧୧ ଜଣ ନୂଆ ପଜିଟିଭ୍ ଚିହ୍ନଟ
  • ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୬କୁ ବୃଦ୍ଧି
  • ତିନି ଜଣ ରେଲୱେ କର୍ମଚାରୀ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରେ ପୁଣି ବଢ଼ିଲେ କରୋନା ସଂକ୍ରମିତ। ଆଜି ନୂଆକରି ୧୧ ଜଣ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜଧାନୀର ମୋଟ ପଜିଟିଭ୍ ସଂଖ୍ୟା ୧୯୬କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ୍ କରି ସୂଚନା ଦେଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳର ୭ ଜଣ ରହିଛନ୍ତି। ସେମାନେ ନିକଟରେ ଉତ୍ତର ପ୍ରଦେଶରୁ ଫେରିଥିଲେ ବୋଲି ସୂଚନା ରହିଛି। ସେହିପରି ବାଣୀ ବିହାର ଅଞ୍ଚଳରୁ ଜଣେ ଓ ତିନିଜଣ ରେଲୱେ କର୍ମଚାରୀ ମଧ୍ୟ ପଜିଟିଭ୍ ହୋଇଛନ୍ତି।

ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରର ମୋଟ ପଜିଟିଭ୍ ସଂଖ୍ୟା ୧୯୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୩ ଜଣ ସୁସ୍ଥ ହୋଇଥିବାବେଳେ 3ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜଧାନୀରେ ୯୯  ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ବିଏମସି ସୂଚନା ଦେଇଛି।

Comment