ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟରେ ଆଉ ୧୪୩ ନୂଆ ପଜିଟିଭ୍ ଚିହ୍ନଟ
  • ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨ ଜଣ ପଜିଟିଭ୍
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩୦୫କୁ ବୃଦ୍ଧି

ରାଜ୍ୟ ସରକାର କରୋନା ସଂକ୍ରମଣକୁ ନେଇ କରିଥିବା ପୂର୍ବ ଅନୁମାନ ଧିରେଧିରେ ସତ ହେବାକୁ ଯାଉଛି। ଜୁନ୍ ମାସରେ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସୋମବାର ରାଜ୍ୟରେ ଆଉ ୧୪୩ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩ ଶହ ପାର୍ କରିଛି।

ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏଥିସହ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ସ୍ଥାନୀୟ ଲୋକ ମଧ୍ୟ ସାମିଲ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୩୨ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୬, ନୟାଗଡ଼ରୁ ୧୩, ବାଲେଶ୍ୱରରୁ ୧୩, କଟକରୁ ୨୦, ଜଗତସିଂହପୁରରୁ ୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୩, ଭଦ୍ରକରୁ ୪, କଳାହାଣ୍ଡିରୁ ୬, କେନ୍ଦୁଝରରୁ ୨, ସୁନ୍ଦରଗଡ଼ରୁ ୧୨, କେନ୍ଦ୍ରାପଡ଼ାରୁ ୧୦, ଝାରସୁଗୁଡ଼ାରୁ ୧, ବରଗଡ଼ରୁ ୧, ବଲାଙ୍ଗିରରୁ ୧, ସମ୍ବଲପୁରରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ଅମ୍ପାନ ଡ୍ୟୁଟିରୁ ଫେରିଥିବା ୨ ଜଣ ଏନଡିଆରଏଫ୍ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩୦୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୭୨୦ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୫୬୨ ଜଣ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment