ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- ଗୋଟିଏ ଦିନରେ ୧୪,୮୨୧ ଜଣ ନୂଆ ପଜିଟିଭ୍
- ୨୪ ଘଣ୍ଟା ମଧ୍ୟରେ ୪୪୫ ଜଣ ଆକ୍ରାନ୍ତ ମୃତ
- ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୨୫,୨୮୨କୁ ବୃଦ୍ଧି
ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗତକାଲି ଦେଶରେ ୧୪ ହଜାରରୁ ଅଧିକ ଲୋକ ନୂଆକରି ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪ ଶହରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୮୨୧ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୫ ୨୮୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଏବେ ସୁଦ୍ଧା ୨ ଲକ୍ଷ ୩୭ ହଜାର ୧୯୫ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧ ଲକ୍ଷ ୭୪ ହଜାର ୩୮୭ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି।
କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସବୁଦିନ ଭଳି ଉପରେ ରହିଛି। ସେଠାରେ ୧ ଲକ୍ଷ ୩୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ସେହିପରି ଦିଲ୍ଲୀରେ ୨୧୭୫, ଗୁଜରାଟରେ ୧୬୬୩, ତାମିଲନାଡୁରେ ୭୫୭ ଜଣ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।


















