ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ବର୍ତ୍ତମାନ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୧୪,୮୨୧ ନୂଆ କରୋନା ପଜିଟିଭଙ୍କ ଚିହ୍ନଟ ହୋଇଛି। କରୋନା ସଂକ୍ରମଣକୁ ନେଇ ଅନେକ କାରଣ, ଲକ୍ଷଣ ଆଦି ବିଷୟରେ ଆମେ ପଢ଼ିଆସୁଛୁ। ହେଲେ ନିକଟରେ ବେଙ୍ଗାଳୁରୁର ମେଡିକାଲ କଲେଜ ଏବଂ ରିସର୍ଚ୍ଚ ସେଣ୍ଟର ହୋଇଛି ଏକ ରିସର୍ଚ୍ଚ। ଏଥିରୁ ଜଣାପଡ଼ିଛି ଯେ ଲୁହରେ କରୋନା ଭାଇରସର ଆରଏନଏମ ମିଳିବାର ସମ୍ଭାବନା ରହିଛି।

ଏହି ରିସର୍ଚ୍ଚ ସେଣ୍ଟରରେ ୪୫ ଜଣ କରୋନା ସଂକ୍ରମିତଙ୍କ ଉପରେ ଏକ ରିସର୍ଚ୍ଚ କରାଯାଇଥିଲା। ଜଣେ ୨୪ ବର୍ଷିୟ ଯୁବକ ଯିଏ ଲକ୍ଷଣବିହୀନ ଭାବେ ସଂକ୍ରମିତ ଥିଲେ, ତାଙ୍କର ଆଖିର କଞ୍ଜକ୍ଟିଭା ସ୍ୱାବରେ କୋବିଡ୍-୧୯ ମିଳିଥିବାର ସୂଚନା ମିଳିଛି। ଗବେଷକଙ୍କ ଅନୂଯାୟୀ ଲୁହରେ ଭାଇରସ ମିଳିବା ଅତ୍ୟନ୍ତ ବିରଳ ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ଆଖି ଚିକିତ୍ସା କରିବା ସମୟରେ ଡାକ୍ତରଙ୍କୁ ସାବଧାନ ରହିବାକୁ ହେବ।

ଆଖିରୁ ବାହାରୁଥିବା ସଂକ୍ରମିତ ତରଳ ପଦାର୍ଥ ଯେକୌଣସି ସ୍ଥାନରେ ମଧ୍ୟ ପଡ଼ିପାରେ ଏବଂ ଏହା ଦ୍ୱାରା ଭାଇରସ ବ୍ୟାପିବାର ସମ୍ଭାବନା ରହିଛି। କୌଣସି ସୁସ୍ଥ ବ୍ୟକ୍ତି ଏହାର ସଂସ୍ପର୍ଶରେ ଆସିଲେ ସେ କରୋନା ସଂକ୍ରମିତ ହୋଇପାରନ୍ତି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୫୨୮୨ ରେ ପହଞ୍ଚିଲାଣି।
















