ଓଡ଼ିଶାଲାଇଭ୍ ବ୍ୟୁରୋ
ୠଷ୍ର ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ଯୋଗଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ୠଷ୍ ଗସ୍ତ କରିଛନ୍ତି। ରାଜନାଥ ସିଂଙ୍କ ଏହା ୩ ଦିନିଆ ଗସ୍ତ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ୠଷର ବିଜୟକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ପରେଡ ଅନୁଷ୍ଠିତ ହେଉଛି।
ପ୍ରତିବର୍ଷ ଏହି ପରେଡ ମେ’ ମାସରେ ଅନୁଷ୍ଠିତ ହୁଏ। ଏଥର କରୋନା ମହାମାରୀ ଯୋଗୁଁ ପରେଡକୁ ସ୍ଥଗିତ ରଖାଯାଇଥିଲା। ଖାସ୍ କଥା ହେଉଛି ଏହି ପରେଡରେ ଚୀନର ପ୍ରତିନିଧି ମଧ୍ୟ ସାମିଲ ହେବେ। କିନ୍ତୁ ରାଜନାଥ ସିଂହ ଚୀନ ପ୍ରତିନିଧିଙ୍କୁ ଭେଟିବେ ନାହିଁ ବୋଲି ଜଣାପଡ଼ିଛି।
ଭାରତର ସମସ୍ତ ତିନୋଟି ସେନାର ୭୫ ଜଣ ଯବାନ ଏହି ପରେଡରେ ଭାଗ ନେବେ। ଏହି ଗସ୍ତରେ ରାଜନାଥ ସିଂ ଭାରତ ଓ ୠଷର ପ୍ରତିରକ୍ଷା ସମ୍ପର୍କରେ ଉପରେ ଆଲୋଚନା କରିବେ। ଅନ୍ୟପକ୍ଷରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ରୋକିବା ପାଇଁ ୠଷ ମଧ୍ୟସ୍ଥତା କରିପାରେ ବୋଲି ଅନୁମାନ କରାଯାଉଛି।