ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୋପାଳର ବିଜେପି ସାଂସଦ ସ୍ଵାଧୀ ପ୍ରଜ୍ଞା ସିଂ ଠାକୁର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ହଠାତ ସଭା ମଝିରେ ବେହୋସ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା।

ଲକ୍‌ଡାଉନ୍‌ ଆରମ୍ଭରୁ ପ୍ରଜ୍ଞା ଠାକୁର ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଅନ୍‌ଲକ୍‌ ପରେ ସେ ଭୋପାଳ ଆସିଥିଲେ। ଆଜି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ପ୍ରଜ୍ଞା ଠାକୁର ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କତ ମୁଣ୍ଡ ବୁଲାଇବାରୁ ସେ ଅସୁସ୍ଥ ଅନୁଭବ କରିଥିଲେ।

ପରେ ସେ ବେହୋସ ହୋଇଯାଇଥିଲେ। ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା ପରେ ଘରକୁ ସ୍ଥାନାନ୍ତର କରାଯାଇଛି। ଏକ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ଆଖି ଚିକିତ୍ସା ଚାଲିଥିବାରୁ ସେ ଅଧିକ ଡୋଜ୍‌ ମେଡିସିନ୍‌ ଖାଉଛନ୍ତି। ସେଥିପାଇଁ ତାଙ୍କ ଦେହ ଅସୁସ୍ଥ ହୋଇଥିବା ନେଇ ସନ୍ଦେହ କରାଯାଉଛି।

Comment