ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ପାଇଁ ସମଗ୍ର ଦେଶରେ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିବା ଲକଡାଉନ ଶେଷ ହେବା ସହ ଏବେ ଦେଶରେ ଅନଲକ -୧ ଚାଲିଛି। ତେବେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ବଢ଼ିବାରେ ଲାଗିଛି। ଭାରତରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ସାଢ଼େ ଚାରି ଲକ୍ଷ ପାର କରି ସାରିଲାଣି।

ଇତି ମଧ୍ୟରେ ଦେଶର କେତୋଟି ବଡ଼ ବଡ଼ ସହରରେ ପୁଣି ଲକଡାଉନ ଆରମ୍ଭ ହୋଇଛି। ଚେନ୍ନାଇ ଓ ଗୌହାଟିରେ ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ାଇ ଦିଆଯାଇଛି। ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ଲୋକେ କଟକଣା ଭିତରେ ରହିବେ। ବୁଧବାର ଦିନ ବେଙ୍ଗାଳୁରୁରେ ଲକଡାଉନ ଲଗାଇବା ପାଇଁ ଚିନ୍ତା ଆରମ୍ଭ ହୋଇଛି।

ତେଣେ ଚେନ୍ନାଇରେ କରୋନା ବେଲଗାମ ଭାବରେ ବଢି ଚାଲିଛି। ଚେନ୍ନାଇର ଚାରି ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଏଥିପାଇଁ ସେହି ସବୁ ଜିଲ୍ଲାରେ ଲାଗୁ ହୋଇଥିବା ଲକ ଡାଉନକୁ ‘ମାକ୍ସିମାଇଜ ରେଷ୍ଟ୍ରିକ୍ଟଡ ଲକଡାଉନ’ ନାଁ ଦିଆଯାଇଛି।

ବେଙ୍ଗାଳୁରୁରେ ଲକଡାଉନ ପାଇଁ ମସୁଧା ଚାଲିଛି। ପୂର୍ବରୁ ଏତେ ଗମ୍ଭୀର ନଥିବା କରୋନା ସ୍ଥିତି  ହଠାତ ବିଗିଡିବାକୁ ଲାଗିଛି। ମୁଖ୍ୟମନ୍ତ୍ରୀ ୟେଦ୍ୟୁରାପ୍ପାଙ୍କ ପକ୍ଷରୁ ଲକଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ଗୌହାଟି, ଚେନ୍ନାଇ, ବେଙ୍ଗାଳୁରୁରୁ ଯେଉଁ ସଂକେତ ମିଳୁଛି ଦେଶ ପୁଣି ଥରେ ଲକଡାଉନ ଆଡ଼କୁ ଅଗ୍ରସର ହେଉଛି ବୋଲି ଆକଳନ କରାଯାଇଛି।

Comment