ଓଡ଼ିଶାଲାଇଭ୍ ବ୍ୟୁରୋ

ମହାକାଶରୁ ପୃଥିବୀ ମୁହାଁ ହୋଇଛି ଏକ ବିରାଟକାୟ ଉଲକାପିଣ୍ଡ। ଆଉ କିଛି ଘଣ୍ଟା ମଧ୍ୟରେ ପୃଥିବୀ ନିକଟ ଦେଇ ଉଲକାପିଣ୍ଡ ଗତି କରିବ ବୋଲି ଆଶଙ୍କା କରାଯାଉଛି। ଏହି ଉଲକାପିଣ୍ଡର ବେଗ ଅଧିକ ରହିଥିବାରୁ ଯଦି ଏହା ପୃଥିବୀ ଉପରେ ମାଡ଼ ହୁଏ ତେବେ ମାଇଲ ମାଇଲ ଦୂର ଯାଏ କ୍ଷତି ପହଞ୍ଚାଇପାରେ। ଏପରିକି ଯଦି ଉଲକାପିଣ୍ଡଟି ସମୁଦ୍ରରେ ପଡ଼େ ତେବେ ସୁନାମୀ ସୃଷ୍ଟି ହୋଇପାରେ।

ରିପୋର୍ଟ ଅନୁସାରେ ସେକେଣ୍ଡ ପ୍ରତି ୧୩ କିଲୋମିଟର ବେଗରେ ଖସୁଛି ଉଲକାପିଣ୍ଡ। ଅର୍ଥାତ ଘଣ୍ଟାପ୍ରତି ୪୬ ହଜାର ୫ ଶହ କିଲୋମିଟର  ବେଗରେ ଉଲକାପିଣ୍ଡ ମାଡ଼ି ଆସୁଛି।

ଉଲକାପିଣ୍ଡଟି ଦିଲ୍ଲୀର କୁତବମିନାରଠାରୁ ପ୍ରାୟ ୪ ଗୁଣା ଓ ଆମେରିକାର ଷ୍ଟାଚ୍ୟୁ ଅଫ୍‌ ଲବିର୍ଟିଠାରୁ ପ୍ରାୟ ୩ ଗୁଣା ବଡ଼ ବୋଲି କୁହାଯାଉଛି। ଏହାରନାମ 2010NY65 ରଖାଯାଇଛି। ଏହାର ଲମ୍ବ ୧୦୧୭ ଫୁଟ।

ଏହା ପୃଥିବୀଠାରୁ ୩୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ ତେଣୁ ପୃଥିବୀ ପ୍ରତି ବିପଦ ନଥିବା ନାସା ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ଜୁନ୍‌ ୬ରେ ପୃଥିବୀ ନିକଟ ଦେଇ  ଆଉ ଏକ ଉଲକାପିଣ୍ଡ ଗତି କରିଥିଲା।

Comment