ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ଫରେଷ୍ଟ କଲୋନୀରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ଫରେଷ୍ଟ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ହାତୀ ଘଉଡ଼ାଇବା ପାଇଁ ରଖାଯାଇଥିବା ବାଣ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।

ଫରେଷ୍ଟ କଲୋନୀର ଏକ ଘରେ ହାତୀ ଘଉଡ଼ାଇବା ପାଇଁ ୧୦୦ରୁ ଅଧିକ ବମ୍‌ ରହିଥିଲା। ତେବେ କର୍ମଚାରୀ ଜଣକ ବମ୍‌ ଆଣିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ ହୋଇଥିବା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଗ୍ନୀଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Comment