ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଲି ଖୋଲାଯିବ ହୀରାକୁଦ ଜଳଭଣ୍ଡାର ଗେଟ୍‌। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ କାଲି ହୀରାକୁଦରୁ ନିଷ୍କାଷିତ ହେବ। କାଲି ସକାଳ ୧୦ଟାରେ ଗେଟ୍‌ ଖୋଲିବ ନେଇ ଡ୍ୟାମ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି।

ଏନେଇ ମାଇକ ଯୋଗେ ତଳିଆ ଅଞ୍ଚଳକୁ ସତର୍କ କରାଯାଇଛି। ମତ୍ସଜୀବୀଙ୍କୁ ନଦୀକୁ ଯିବାକୁ ବାରଣ କରାଯାଇଛି। ଜଳଭଣ୍ଡାର ଗେଟ୍‌ ଖୋଲିବ ଯୋଗୁଁ ନଦୀ ଜଳ ସ୍ତର ବୃଦ୍ଧି ପାଇବ।

ବର୍ତ୍ତମାନ ନଦୀରେ ଜଳ ସ୍ତର ୬୧୬ ଫୁଟ୍‌ ରହିଛି। ଗତକାଲି ପୂଜାର୍ଚ୍ଚନା ପରେ ଗେଟ୍‌ ଖୋଲାଯିବ। ଜଳଭଣ୍ଡାରରେ ୫ଟି ଗେଟ୍‌ ଖୋଲିପାରେ ବୋଲି ସୂଚନା ମିଳିଛି।

Comment