ଓଡ଼ିଶାଲାଇଭ୍ ବ୍ୟୁରୋ

sreesanth-3

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୁଣ୍ଡ ଟେକୁଛି ଅନେକ ରହସ୍ୟ। ହେଲେ ଏଥି ମଧ୍ୟରେ ଡିପ୍ରେସନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ଡିପ୍ରେସନକୁ କାରଣ ଦର୍ଶାଯାଇଥିବା ବେଳେ ଅନ୍ୟମାନେ ନିଜର ଦୁଖଃଦ ପରିସ୍ଥିତି ବିଷୟରେ ମୁହଁ ଖୋଲୁଛନ୍ତି। ଏଥିମଧ୍ୟରେ କ୍ରିକେଟର ଶ୍ରୀସନ୍ଥ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଏକ ସମୟରେ ସେ ମଧ୍ୟ ଆତ୍ମହତ୍ୟା କଥା ଭାବୁଥିଲେ।

sreesanth-1

ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଶ୍ରୀସନ୍ଥ କହିଛନ୍ତି ଯେ ସେ ଏବଂ ସୁଶାନ୍ତ ବହୁତ ଭଲ ସାଙ୍ଗ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ଖବର ପାଇଲା ପରେ ସେ ଅତ୍ୟନ୍ତ ଦୁଃଖି ହୋଇଯାଇଥିଲେ। ଶ୍ରୀସନ୍ଥ ନିଜର ଖରାପ ସମୟ ବିଷୟରେ ଏହି ଇଣ୍ଟରଭ୍ୟୁରେ କହିଥିଲେ। ଆଇପିଏଲ୍ ସ୍ପଟ୍ ଫିକ୍ସି ମାମଲାରେ ଯେତେବେଳେ ଶ୍ରୀସନ୍ଥଙ୍କୁ ବିସିସିଆଇ କ୍ରିକେଟରି ବ୍ୟାନ କରିଦେଇଥିଲେ, ସେହି ସମୟଠାରୁ ଶ୍ରୀସନ୍ଥଙ୍କ ମନରେ ଆତ୍ମହତ୍ୟା ଭଳି ବିଚାର ଆସିଥିଲା। ସେ କହିଥିଲେ, “ଏପରି ଏକ ସମୟ ଥିଲା ଯେତେବେଳେ ମତେ ଅନ୍ଧାରକୁ ଡର ଲାଗେ। ମୁଁ ବାହାରକୁ ବାହାରୁ ନଥିଲି ଏବଂ କାହାକୁ ଅନ୍ଧାରକୁ ଯିବାକୁ ଦେଉନଥିଲି କାରଣ ମତେ ଲାଗୁଥିଲା ସେମାନେ କିଡନାପ୍ ହୋଇଯିବେ। ମୁଁ ସେତେବେଳେ ବହୁତ ଡିପ୍ରେସନରେ ଥିଲି। ନିଜ ଦୁର୍ବଳତା ଲୁଚାଉଥିଲି ଏବଂ ବହୁତ କାନ୍ଦୁଥିଲି।”

sreesanth

ଏହି ସମୟରେ ଶ୍ରୀସନ୍ଥ ଜୀବନର ଶେଷ ଯାଏଁ ପହଞ୍ଚିଯାଇଥିଲେ। ତାଙ୍କ ମନରେ ମଧ୍ୟ ଆତ୍ମହତ୍ୟା ଭଳି ବିଚାର ଆସୁଥିଲା। ହେଲେ ଏହି ସମୟରେ ସେ ନିଜ ପରିବାର ଏବଂ ପ୍ରିୟଜନଙ୍କ କଥା ଭାବି ଅଟକିଯାଇଥିଲେ। ସେ ନିଜେ ବିଚାର କରିଥିଲେ ଯେ ଏପରି କଲେ ତାଙ୍କ ପରିବାରକୁ ବହୁତ ଦୁଃଖ ମିଳିବ।

ଏହି ଇଣ୍ଟରଭ୍ୟୁରେ ଶ୍ରୀସନ୍ଥ ନିଜ ଷ୍ଟ୍ରଗଲ୍ ଟାଇମ କଥା କହିଥିଲେ ଯେତେବେଳେ ସେ ନିଜ ବିଲ୍ ଭରିପାରନ୍ତି ନାହିଁ ଏବଂ ତାଙ୍କ ପାଖେ ଖାଇବାକୁ ମଧ୍ୟ ପଇସା ନଥାଏ। ଏହି ସମୟରେ ତାଙ୍କୁ ମିଳିଥିବା ସମସ୍ତ ସୋ’ଗୁଡ଼ିକୁ ସେ ଧନ୍ୟବାଦ ଜଣାଇଛନ୍ତି। ୨୦୧୩ରେ ଶ୍ରୀସନ୍ଥଙ୍କ ଉପରେ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ଆରୋପ ଲାଗିଥିଲା। କିନ୍ତୁ ୨୦୧୫ରେ ଦିଲ୍ଲୀ ହାଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲା।

Comment