ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ପୋଲିସ ଏବେ ଗଞ୍ଜେଇ ମାଫିଆଙ୍କ ନିଦ ଭାଙ୍ଗି ଦେଇଛି। ଗତ ଦଶ ମାସ ମଧ୍ୟରେ କୋରାପୁଟ ପୋଲିସ ୧୦୨ ମାମଲା ରୁଜୁ କରିଛି। ଏହାସହ ୧୧୨ଟି ଗାଡି ଜବତ କରି ୨୦୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି ୧୦ ମାସ ମଧ୍ୟରେ ୨୫ ହଜାର ୪୬୨ କିଲୋଗ୍ରାମ ଗଞ୍ଜେଇକୁ ଜବତ କରିଛି କୋରାପୁଟ ପୋଲିସ। ଏହି ଗଞ୍ଜେଇ ହାରାହାରି ଆନୁମାନିକ ମୂଲ୍ୟ ୫୬ଲକ୍ଷ ୫୨ହଜାର ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି।

ପୋଲିସ କେବଳ ଗଞ୍ଜେଇ ଜବତ କରିନି ତା ସହିତ ୫୫୦ ଏକର ଜାଗାରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ୧୮ ଲକ୍ଷ ୯୯ହଜାର ଗଛକୁ ନଷ୍ଟ ମଧ୍ୟ କରାଯାଇଥବା ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି ମୁକେଶ କୁମାର ଭାନୁ।

Comment