ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ଛାଡ଼ି ଏବେ ଗୁଣ୍ଡିଚା ଘରେ ପୂଜା ପାଉଛନ୍ତି ମହାପ୍ରଭୁ। ତେଣୁ ଆଜି ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ବାହାରିବ। ଭକ୍ତମାନେ ଫୋନ ଯୋଗେ କଲ୍ କରି ଆଡ଼ପ ଅବଢ଼ା ପାଇପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

କରୋନା କଟକଣା ପାଇଁ ଏଥର ଆଡ଼ପ ଅବଢ଼ାକୁ ସାଧାରଣ ଭାବେ ବିକ୍ରି କରାଯାଉନାହିଁ। ଯେଉଁ ଭକ୍ତମାନେ କଲ୍ କରି ଅବଢ଼ା ଅର୍ଡର କରିବେ ସେମାନଙ୍କ ପାଖରେ ଅବଢ଼ା ପହଞ୍ଚାଯିବ ବୋଲି କୁହାଯାଇଛି।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ଫୋନ୍ ନମ୍ବର ଜାରି କରାଯାଇଛି। ୦୬୭୫୨- ୨୩୨୫୪୧ ଏବଂ ୦୬୭୫୨-୨୩୨୫୪୦  ଦୁଇଟି ଫୋନ୍ ନମ୍ବରକୁ କଲ୍ କରି ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ।

ଅନ୍ୟପଟେ ଆଜି ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରିବେ ବିଶେଷଜ୍ଞ ଦଳ। ଏହାସହିତ ନାଟମଣ୍ଡପ ଓ ଜଗମୋହନ ମଧ୍ୟ ଏହି ବିଶେଷଜ୍ଞ ଦଳ ଯାଞ୍ଚ କରିବ। ଆବଶ୍ୟକସ୍ଥଳେ ଏହାର ମରାମତି କାମ ମଧ୍ୟ କରାଯିବ ବୋଲି କୁହାଯାଇଛି।

Comment