ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟରେ ୨୧୮ ନୂଆ ପଜିଟିଭ୍ ଚିହ୍ନଟ
  • ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି
  • ରାଜ୍ୟରେ ଏବେ ବି ୧୮୬୫ ଜଣ ଆକ୍ରାନ୍ତ ସକ୍ରିୟ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଆଜି ନୂଆକରି ୨୧୮ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨୦ ଜଣ ଲୋକାଲ୍ ଲୋକ ମଧ୍ୟ ପଜିଟିଭ୍ ଥିବା ଜଣାପଡ଼ିଛି।

ଜିଲ୍ଲାଗୁଡ଼ିକୁ ଲକ୍ଷ୍ୟ କଲେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୭, ନବରଙ୍ଗପୁରରୁ ୧, ଅନୁଗୁଳରୁ ୧, କଟକରୁ ୫, ଜଗତସିଂହପୁରରୁ ୨୯, ଭଦ୍ରକରୁ ୨୫, କନ୍ଧମାଳରୁ ୧, ନୂଆପଡ଼ାରୁ ୨, ଝାରସୁଗୁଡ଼ାରୁ ୪, କେନ୍ଦୁଝରରୁ ୨, ଯାଜପୁରରୁ ୧, ପୁରୀରୁ ୧୦, ଗଜପତିରୁ ୨୭, ବୌଦ୍ଧରୁ ୧, ସୁନ୍ଦରଗଡ଼ରୁ ୧୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ ୨, ମୟୂରଭଞ୍ଜରୁ ୯, କୋରାପୁଟରୁ ୧ ଓ ବାଲେଶ୍ୱରରୁ ୭  ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ୭ ଜଣ ଏନଡିଆରଏଫ୍ ଯବାନ ମଧ୍ୟ ପଜିଟିଭ୍ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୨୯୧ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୮୬୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment