ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଲିଠାରୁ ଆସନ୍ତା ମଙ୍ଗଳବାର ଯାଏଁ ୪ ଦିନିଆ ସଟ୍‌ଡାଉନ୍‌ ରହିବ ବ୍ରହ୍ମପୁର ସହର। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

ସବୁ ସପ୍ତାହ ପରି ଏଥର ମଧ୍ୟ ଶନିବାର, ରବିବାର ସଟ୍‌ଡାଉନ୍‌ ରହିବ। ହେଲେ ବ୍ରହ୍ମପୁରରେ ଏହା ମଙ୍ଗଳବାର ଯାଏଁ ବଳବତ୍ତର ରହିବ। ଏହି ସଟ୍‌ଡାଉନ୍‌ ମଧ୍ୟରେ ମେଡିସିନ୍‌ ଦୋକାନ ଓ କ୍ଷୀର ଦୋକାନ ଖୋଲା ରହିବ।

ଗତ ସପ୍ତାହଠାରୁ ଜିଲ୍ଲାରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବୃଦିଧି ପାଇଛି। ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସଟ୍‌ଡାଉନ୍‌ ସମୟରେ ଘରେ ରୁହନ୍ତୁ। ଏହି ସମୟରେ ସ୍ଵାସ୍ଥ ବିଭାଗର ଟିମ୍‌ ସ୍ଵାସ୍ଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରନ୍ତୁ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩୮ରେ ପହଞ୍ଚିଛି। ସେହିପରି ୭୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩୧୨ ଜଣ ସକ୍ରିୟ ରହିଛନ୍ତି। ଏହାସହ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି।

Comment