ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ଜାରି ରହିଛି।  ଉଭୟ ପକ୍ଷ  ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳିନାହିଁ। ଏହାରି ମଧ୍ୟରେ ଆମେରିକା ଏକ ବଡ଼ ବୟାନ ଦେଇଛି। ୟୁରୋପିଆନ ଦେଶ ଜର୍ମାନୀରୁ ଆମେରିକା ନିଜର ସୈନ୍ୟ ସଂଖ୍ୟା କମ୍ କରୁଥିବା ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିଓ ଗୁରୁବାର କହିଛନ୍ତି। ଆମେରିକାର ଏଭଳି ନିଷ୍ପତ୍ତି ପଛରେ ଭାରତର ସମ୍ପର୍କ ରହିଛି।

ଭାରତ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ ଭଳି ଏସିଆ ଦେଶକୁ ଏବେ ଚୀନର ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ତା’ର ସୈନ୍ୟକୁ ଏଭଳି ମୁତୟନ କରିବାକୁ ଚାହୁଁଛି, ଯାହାଦ୍ୱାରା ଚୀନକୁ ଉଚିତ ଜବାବ ଦିଆଯାଇପାରିବ।  ସୁଚିନ୍ତିତ ରଣନୀତି ଅନୁଯାୟୀ ଏହି ସବୁ କରାଯାଉଛି ବୋଲି ମାଇକ ପୋମ୍ପିୟୋ କହିଛନ୍ତି।

ମାଇକ ପୋମ୍ପିଓ ଗଲଓ୍ୱାନ ଘାଟିରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ବିଷୟରେ ୟୁରୋପୀୟ ୟୁନିଅନ୍ ସହ  ଆଲୋଚନା କରାଯିବ ବୋଲି ମାଇକ ପୋମ୍ପିୟୋ କହିଛନ୍ତି।

ଭାରତ-ଚୀନ୍ ପ୍ରସଙ୍ଗରେ ଟ୍ରମ୍ପଙ୍କ ମତ

ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସେ ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ହ୍ରାସ କରିବାରେ ସେ ସାହାଯ୍ୟ କରିପାରିବେ। ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ହିଂସା ଘଟଣାର ପରଦିନ ଆମେରିକା କହିଥିଲା ​​ଯେ ଏହି ଘଟଣା ଉପରେ ତା’ର ନଜର ରହିଛି।

Comment