ଓଡ଼ିଶାଲାଇଭ୍ ବ୍ୟୁରୋ

exercise food-1

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ହେଲେ ବ୍ୟାୟାମ ସହ ଖାଦ୍ୟପେୟର ମଧ୍ୟ ସଠିକ୍ ଧ୍ୟାନ ରଖିବାକୁ ହୁଏ। ବର୍ତ୍ତମାନ ବଡିର ଫିଟନେସ ପାଇଁ ଅନେକ ଲୋକ ଜିମ୍ ଯାଉଛନ୍ତି ବା ଏକ୍ସସରସାଇଜ୍ କରୁଛନ୍ତି। ତେବେ ଏହା ସହ ଶରୀରକୁ ଭରପୂର ପୋଷଣ ମଧ୍ୟ ମିଳିବା ଦରକାର। ଏପରି କିଛି ଖାଦ୍ୟ ଅଛି ଯାହାକୁ ଆପଣ ନିଜ ଡାଏଟରେ ସାମିଲ୍ କରିବା ନିହାତି ଆବଶ୍ୟକ।

କ୍ଷୀର: କ୍ଷୀରରେ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଏବଂ କାର୍ବୋହାଇଡ୍ରେଟ୍ ରହିଛି ଯାହାକି ବ୍ୟାୟାମ କରିବା ସମୟରେ ଶରୀରକୁ ସନ୍ତୁଳିତ ରଖେ । ତେବେ କ୍ଷୀରରୁ ସର କାଢ଼ି ପିଇଲେ ଅଧିକ ଉପକାର ମିଳେ।

exercise food-3

ବାଦାମ: ପ୍ରୋଟିନ୍, ଫାଇବର ଏବଂ ଭିଟାମିନ୍ ଡି ଯୁକ୍ତ ବାଦାମ ଶରୀର ପାଇଁ ଖୁବ୍ ଉପଯୋଗୀ। ବାଦାମରେ ଥିବା ଆଣ୍ଟିଅକ୍ସିଡାଣ୍ଟ ୱାର୍କଆଉଟ୍ ପରେ ଖୁବ୍ ଶୀଘ୍ର ଶରୀରରେ ଶକ୍ତି ଭରିଥାଏ। ଏହାସହ ଶକ୍ତିର ସ୍ତରକୁ ବୃଦ୍ଧି ପରେ। ହାଇ କୋଲେଷ୍ଟେରୋଲର ଆଶଙ୍କାକୁ ଏହା କମାଏ।

ଅଳସୀ: ଅଳସୀର ମଞ୍ଜିରେ ଏଭଳି ପୋଷକ ତତ୍ତ୍ୱ ରହିଥାଏ ଯାହାକି ଶରୀରର ଓଜନକୁ କମାଇଥାଏ। ଏଥିରେ ଅଧିକ ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ୍ ଥାଏ। ତେଣୁ ୱାର୍କଆଉଟ୍ ପରେ ତାକୁ ଖାଇଲେ ଶରୀର ଦରଜ ହୁଏନାହିଁ। ଦହି ବା କ୍ଷୀରରେ ଏକ ଚାମଚ ଅଳସୀ ମଞ୍ଜି ମିଶାଇ ଶୋଇବା ପୂର୍ବରୁ ବି ଖାଇପାରିବେ।

exercise food-2

ଅଣ୍ଡା: ବ୍ୟାୟାମ କରୁଥିଲେ ଅଣ୍ଡା ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଣ୍ଡାର ହଳଦିଆ ଅଂଶକୁ କାଢ଼ି ପ୍ରତିଦିନ ୨-୩ଟି ଅଣ୍ଡା ନିଶ୍ଚିତ ଭାବେ ଖାଆନ୍ତୁ। ଏଥିରେ ପ୍ରୋଟିନ୍, ଆମିନୋ ଏସିଡ୍, ମିନେରାଲ୍ସ କ୍ୟାଲସିୟମ, ଜିଙ୍କ୍ ଏବଂ ଲୌହ ମଧ୍ୟ ରହିଥାଏ।

ପାଳଙ୍ଗ: ପାଳଙ୍ଗ ଶାଗରେ ଆମିନୋ ଏସିଡ୍ ରହିଥାଏ ଯାହାକି ଶରୀରରେ ଶକ୍ତି ସଞ୍ଚାର କରେ। ଏହା ମଧ୍ୟ ଓଜନ କମାଇବା, ଶକ୍ତିର ସ୍ତରକୁ ବୃଦ୍ଧି କରିଥାଏ।

ମାଛ: ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ପ୍ରଚୁର ପରିମାଣରେ ଥାଏ। ଏହାଛଡ଼ା ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଲୌହ ବି ମିଳିଥାଏ। ତେଣୁ ବ୍ୟାୟାମ କରୁଥିଲେ ନିଶ୍ଚିତ ଭାବେ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।

Comment