ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ସହରର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ବ୍ରହ୍ମପୁର ମହାନଗର ନିଗମ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ୬ ଅଞ୍ଚଳରେ କଣ୍ଟେନମେଣ୍ଟ ବଳବତ୍ତର ରହିବ। ଏନେଇ ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି।

ଓ୍ଵାର୍ଡ ନମ୍ଵର ୪ର ସାହୁ କଲୋନୀ, ଭାବାନଗରର ୪ର୍ଥ ଲେନ୍‌, ତୁଳସୀ ନଗରର ୬ଷ୍ଠ ଲେନ୍‌, ବ୍ୟାଙ୍କ କଲୋନୀର ପ୍ରଥମ ଲେନ୍‌, ଗାନ୍ଧୀ ନଗରର ୪ର୍ଥ ଲେନ୍‌ ଓ ବର୍ମା କଲୋନୀ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

ସେହିପରି କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଶନିବାରଠୁ ୪ ଦିନିଆ ବ୍ରହ୍ମପୁର ସଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସଟ୍‌ଡାଉନ ମଙ୍ଗଳବାର ଯାଏଁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ମେଡିସିନ ଓ କ୍ଷୀର ଦୋକାନ ଖୋଲା ରହିବ।

Comment