ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- କରୋନାରେ ପ୍ରାଣ ହରାଇଲେ ଆଉ ୩ ଜଣ ଆକ୍ରାନ୍ତ
- ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି
- କେବଳ ଗଞ୍ଜାମ ଜିଲ୍ଲାରୁ ପ୍ରାଣ ହରାଇଲେଣି ୧୦ ଜଣ ଆକ୍ରାନ୍ତ
ଗୋଟିଏ ପଟେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଅନ୍ୟପଟେ କରୋନାରେ ଆକ୍ରାନ୍ତମାନେ ମଧ୍ୟ ପ୍ରାଣ ହରାଇବାରେ ଲାଗିଛନ୍ତି। ରବିବାର ରାଜ୍ୟରେ ଆଉ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇବା ସହିତ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି।
ରବିବାର ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ତାଙ୍କର ବୟସ ୭୫ ବର୍ଷ ବୋଲି ଜଣାପଡ଼ିଛି। ସେହିପରି କଟକ ଜିଲ୍ଲାର ମଧ୍ୟ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ତାଙ୍କର ବୟସ ୬୫ ବର୍ଷ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ସେହିପରି ଭୁବନେଶ୍ୱର ମଧ୍ୟ ଜଣେ ୭୩ ବର୍ଷୀୟ ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ସହିତ ସେ ଅନ୍ୟ କେତେକ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ଜଣାପଡ଼ିଛି।
ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ୧୦ ଜଣ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ପ୍ରାଣ ହରାଇଛନ୍ତି। ଏଥିସହିତ କଟକରୁ ୪ ଜଣ,ପୁରୀରୁ ଜଣେ ଓ ବରଗଡ଼ରୁ ଜଣେ ପ୍ରାଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି।


















