ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଆଠଗଡ଼ ଅନ୍ତର୍ଗତ ବଡମ୍ଵା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍‌ ଘଷଣା କରାଯାଇଛି। ଏନେଇ ଆଠଗଡ଼ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ଥାନାର ଆଉ ୭/୮ ଜଣ କର୍ମଚାରୀଙ୍କୁ ଜ୍ଵର ହେଉଥିବା ସୂଚନା ମିଳୁଛି। ଏଥିପାଇଁ ଥାନାର ମୋଡ୍‌ ୨୨ ଜଣ କର୍ମଚାରୀଙ୍କ ସ୍ଵାବ ସଂଗ୍ରହ ନିଷ୍ପତ୍ତି ହୋଇଛି। କାଲିଠାରୁ ଥାନା ଭିତରେ ରହିଛନ୍ତି ସମସ୍ତ କର୍ମଚାରୀ।

ଏହାସହ ଥାନାର ଦୁଇ ଡ୍ରାଇଭର, ଗୁରୁଡିଝାଟିଆ ଓ ଖୁଣ୍ଟୁଣି ଥାନା କର୍ମଚାରୀ ଏବଂ ବଡମ୍ଵା ଥାନାକୁ ଆସିଥିବାରୁ ଆଠଗଡ଼ ଏସ୍‌ଡିପିଓଙ୍କର ମଧ୍ୟ ସ୍ଵାବ ପରୀକ୍ଷା କରାଯିବ।

ସେହିପରି ଆଜି କଟକରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଦିନକୁ ଦିନ କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକି ପ୍ରଶାସନର ଚିନ୍ତାର କାରଣ ପାଲଟିଛି।

Comment