ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଶ୍ରୀଜଗନ୍ନାଥଜୀଉ ମନ୍ଦିରରେ ଗୁଣ୍ଡିଚାଯାତ୍ରା ନୀତି ଅନୁଷ୍ଠିତ ହୋଇଛି। କରୋନା କଟକଣା ଯୋଗୁ ଏବର୍ଷ ରଥଟଣା ବନ୍ଦ ରହିଛି। ଏହାସତ୍ତ୍ୱେ ମଧ୍ୟ ସେଠାରେ ଜଗମୋହନ ଜନ୍ମବେଦୀରେ ରୂପାନ୍ତରିତ ହୋଇଛି। ସେଠାରେ ଗୁଣ୍ଡିଚାମଣ୍ଡପର ପୂଜାବିଧି ସହ ମନୋହର ସନ୍ଧ୍ୟା ବେଶ ଅନୁଷ୍ଠିତ ହେଉଛି। ଗତକାଲି ହେରା ପଞ୍ଚମୀ ତିଥିରେ ଠାକୁରଙ୍କ ଶ୍ରୀଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି।

ନବଦିନ ଗୁଣ୍ଡିଚା ଯାତ୍ରାଉତ୍ସବରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ, ଗଜଉଦ୍ଧାରଣ, ବାମନନାରାୟଣ, ଓ ଗରୁଡ଼ଗୋବିନ୍ଦ ବେଶ ଆଦି ଅନୁଷ୍ଠିତ ହେବ। ନବମୀର ସନ୍ଧ୍ୟାଦର୍ଶନ ପରେ ବାହୁଡ଼ା ଯାତ୍ରା ଉତ୍ସବ ବିଧି ପାଳନ କରାଯିବ। ମନ୍ଦିରରେ ଭକ୍ତଜନଙ୍କ ପ୍ରବେଶରେ କଟକଣା ରହିଥିଲେ ମଧ୍ୟ ପଣ୍ଡା ପଢ଼ିଆରିମାନେ ଶ୍ରୀଜୀଉଙ୍କ ଯଥାବିଧି ଦେବ ନୀତି ଓ ବେଶ ସେବାକାର୍ଯ୍ୟରେ ନିୟୋଜିତ ରହିଛନ୍ତି।

Comment