ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- କରୋନାରେ ପ୍ରାଣ ହରାଇଲେ ଆଉ ଦୁଇ ଆକ୍ରାନ୍ତ
- ଦୁଇଜଣ ଯାକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା
- ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି
କରୋନାରେ ପ୍ରାଣ ହରାଇଲେ ଆଉ ୨ ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲାର ଦୁଇ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ସମୟରେ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି ପାଇଛି।
ପ୍ରାଣ ହରାଇଥିବା ଏହି ଦୁଇ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କର ବୟସ ଯଥାକ୍ରମେ ୪୮ ବର୍ଷ ଓ ୫୨ ବର୍ଷ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ ୧୨ ଜଣ ଆକ୍ରାନ୍ତ ପ୍ରାଣ ହରାଇସାରିଲେଣି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୫, କଟକରୁ ୪,ପୁରୀରୁ ୧ ଓ ବରଗଡ଼ରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।


















