ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏଥିସହ ଶ୍ରୀମନ୍ଦିର ପକ୍ଷରୁ ବାହୁଡ଼ା ଯାତ୍ରାର ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି।

ଜୁଲାଇ ୧ ତାରିଖ ଦିନ ସକାଳ ୮ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ସକାଳ ୮ ଟାରୁ ୧୦ଟା ଭିତରେ ମହାପ୍ରଭୁ ଆସି ରଥ ଉପରେ ବିଜେ କରିବେ। ଏହାପରେ ସକାଳ ସାଢ଼େ ୧୦ରୁ ସାଢ଼େ ୧୧ଟା ଭିତରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ରଥ ଉପରେ ଛେରାପହଁରା କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏଥିସହିତ ଗଜପତି ମହାରାଜା ଛେରାପହଁରା କରିବା ପରେ ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

ଚଳିତ ବର୍ଷ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ତେଣୁ ବିନା ଭକ୍ତରେ କେବଳ ସେବାୟତମାନଙ୍କୁ ନେଇ ଏଥର ରଥଯାତ୍ରା ଆୟୋଜନ କରାଯାଉଛି।

Comment