ଓଡିଶାଲାଇଭ ବ୍ୟୁରୋ

ଭୁବନେଶ୍ୱରରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ବେଳେ ୨ ଜଣ ହୋମ୍କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ପ୍ରତିଦିନ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରାଯାଉଛି।
ମଞ୍ଚେଶ୍ୱର ପ୍ରତିଦିନ ଅଫିସ୍ ନିକଟରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସାମନ୍ତରାପୁରରୁ ୨ ଜଣ, ଚକେଇସିଆଣିରୁ ମଞ୍ଚନାଥ ହାଇସ୍କୁଲ ନିକଟରୁ ୪, ହାଡ଼ବାଇ ବସ୍ତିରୁ ୨, ପାସ୍ପୋର୍ଟ ଅଫିସ ନିକଟସ୍ଥ ବାଲିତୋଟାସାହି ବସ୍ତିରୁ ୪ ଜଣ, ଶିରିପୁରୁ ଲକ୍ଷ୍ମୀବଜାର ବସ୍ତିରୁ ଜଣେ, ଘରୋଇ ହସ୍ପିଟାଲରୁ ଜଣେ, ଅଶୋକ ନଗରରୁ ଜଣେ, ନିଳାଦ୍ରୀବିହାର ବୁଦ୍ଧ ପାର୍କ ନିକଟରୁ ଜଣେ, ସରକାରୀ ହସ୍ପିଟାଲରୁ ଜଣେ, ନୟାପଲ୍ଲୀ ଏମ୍-୩ ପାର୍କ ନିକଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଘରୋଇ ହସ୍ପିଟାଲରୁ ଜଣେ ଏବଂ ଜଣେ ରେଲୱେ କର୍ମଚାରୀହୋମ୍କ୍ୱାରେଣ୍ଟାଇନରେ ଥିଲେ। ସେମାନଙ୍କର ନମୁନା ପଜିଟିଭ୍ ଆସିଛି। ଆଜି ୨୫ ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୩୧୪ରେ ପହଞ୍ଚିଛି। ୧୭୪ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି।
















