ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ମ୍ୟାଚରେ ଭିନ୍ନଭିନ୍ନ ପ୍ଲାଟଫର୍ମରେ ନାଲି ବଲ୍‌, ଧଳା ବଲ୍‌ ଓ ପିଙ୍କ ବଲରେ ଖେଳାଯାଏ କ୍ରିକେଟ।

କ୍ରିକେଟ ବିଶ୍ଵର ଏକ ଲୋକ ପ୍ରିୟ ଖେଳ। ଏହି ଖେଳକୁ ଅଧିକ ଲୋକ ପସନ୍ଦ କରନ୍ତି। କ୍ରିକେଟକରେ ଟେଷ୍ଟ, ଦିନିକିଆ, ଟି-୨୦ ଭଳି ପ୍ଲାଟଫର୍ମ ରହିଛି। ତେବେ ଏହି ଭିନ୍ନ ପ୍ଲାଟଫର୍ମରେ ବ୍ୟାଟ ତ ସମାନ ଥାଏ ହେଲେ ବଲର ରଙ୍ଗ ପରିବର୍ତ୍ତନ ହୋଇଥାଏ। ଟେଷ୍ଟରେ ନାଲି ବଲ, ଦିନିକିଆ ଓ ଟି-୨୦ ଧଳା ବଲରେ କ୍ରିକେଟ ଖେଳାଯାଉଥିବା ବେଳେ ଡେ-ନାଇଟ ଟେଷ୍ଟ ମ୍ୟାଚରେ ପିଙ୍କ ରଙ୍ଗର ବଲରେ ଖେଳାଯାଏ।

ତେବେ ଆସନ୍ତୁ ଜାଣିବା କାହିଁକି ଭିନ୍ନ କ୍ରିକେଟ ପ୍ଲାଟଫର୍ମରେ ଭିନ୍ନ ବଲରେ ଖେଳାଯାଏ କ୍ରିକେଟ। ଏହା ପଛରେ କ’ଣ ରହିଛି କାରଣ।

ନାଲି ବଲ୍‌

କ୍ରିକେଟ ଆରମ୍ଭ ନାଲି ବଲରେ ଖେଳ ଆରମ୍ଭ ହୋଇଥିଲେ। ୧୯୭୭ ମସିହାରେ କ୍ରିକେଟର ସବୁ ପ୍ଲାଟଫର୍ମରେ କେବଳ ନାଲି ବଲରେ ଖେଳାଯାଉଥିଲା। ବର୍ତ୍ତମାନ ଏହାକୁ କେବଳ ଟେଷ୍ଟ କ୍ରିକେଟରେ ଖେଳାଯାଉଛି। କାରଣ ଟେଷ୍ଟ କ୍ରିକେଟରେ ଧଳା ଜର୍ସି ପିନ୍ଧି ଖେଳାଯାଏ ତେଣୁ ଏହି ମ୍ୟାଚରେ ନାଲି ବଲରେ କ୍ରିକେଟ ଖେଳାଯାଏ। ଯଦି ଧଳା ବଲରେ ଖେଳାଯିବ ତେବେ ବଲ ଓ ଜର୍ସିର ରଙ୍ଗ ସମାନ ହୋଇଯିବ ଫଳରେ ଖେଳାଳିଙ୍କୁ ଖେଳିବାରେ ଅସୁବିଧା ହେବ।

ଧଳା ବଲ୍‌

ଧଳା ବଲ୍‌କୁ ପ୍ରଥମ ଥର ୧୯୭୭ ମସିହାରେ ଓ୍ଵାର୍ଲଡ୍‌ କ୍ରିକେଟ ସିରିଜରେ ଖେଳା ଯାଇଥିଲେ। ଯାହାକୁ ଅଷ୍ଟ୍ରେଲିଆର କେରି ପେକର ଆରମ୍ଭ କରିଥିଲେ। ଏହାପରେ ଦିନିକିଆ କ୍ରିକେଟର ରଙ୍ଗିନ ଜର୍ସିରେ ଧଳା ବଲ୍‌ ଏକ ଅଙ୍ଗ ହୋଇଗଲା। ଦିନିକିଆ ମ୍ୟାଚରେ ସବୁ ଦଳ ରଙ୍ଗିନ ଜର୍ସି ପିନ୍ଧୁ ଥିବାରୁ ବଲର ରଙ୍ଗ ଧଳା ରଖାଯାଇଛି। ଯାହା ଦ୍ଵାରା ଖେଳାଳି ବଲକୁ ସ୍ପଷ୍ଟ ଭାବରେ ଦେଖିପାରିବେ।

ପିଙ୍କ ବଲ୍‌

ଡେ-ନାଇଟ ଟେଷ୍ଟ ମ୍ୟାଚ ଯୋଗୁଁ ପିଙ୍କ ବଲର ଜନ୍ମ ହୋଇଥିଲା। ସାଧାରଣତଃ ଟେଷ୍ଟ ମ୍ୟାଚରେ ଲାଲ୍‌ ବଲରେ ଖେଳାଯାଏ। ହେଲେ ରାତିରେ ଲାଲ୍‌ ବଲ୍‌ ସ୍ପଷ୍ଟ ଦେଖାଯାଏ ନାହିଁ। ତେଣୁ ପିଙ୍କ ବଲରେ ହିଁ ଖେଳାଯାଏ। ୨୦୦୯ରେ ମେଲବର୍ନ କ୍ରିକେଟ କ୍ଲବ ଦ୍ଵାରା ଗୋଲାପି ବଲର ଖେଳିବାକୁ ସୁପାରିଶ କରାଯାଇଥିଲା। ଯାହା ଫଳରେ ୨୦୧୫ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପିଙ୍କ ବଲରେ ଖେଳିଥିଲେ।

Comment