ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ୨୯ ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଯବାନ ମାଲକାନଗିରିର ବୋଲି ଜଣାପଡ଼ିଛି। ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଆଜି ମାଲକାନଗିରିରୁ ଚିହ୍ନଟ ହୋଇଥିବା ୩୬ ଜଣଙ୍କ ମଧ୍ୟରୁ ୨୯ ଜଣ ବିଏସ୍‌ଏଫ୍‌ ଯବାନ ରହିଥିଲେ। ତେବେ ଅନ୍ୟ ୭ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌, ୪ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି।

ସେହିପରି ପୂର୍ବରୁ ୨ଜଣ ଯବାନ ମାଲକାନଗିରିରୁ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ମାଲକାନଗିରିରେ ୯୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୫୨ ଜଣ ସୁସ୍ଥ ହୋଇଥିବା ବେଳେ ୪୪ ଜଣ ସକ୍ରିୟ ରହିଛନ୍ତି।

Comment