ଓଡିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଜବତ ହେଲା ୧୧ ଲକ୍ଷ ୭୩ ହଜାର ୪୩୦ ଟଙ୍କା। ଗୁରୁବାର ସେ ଜୟପୁରରୁ ବଦଳି ହୋଇ ଭୁବନେଶ୍ଵର ଯାଉଥିବାବେଳେ ଜୟପୁର ଭିଜିଲାନ୍ସ ପୋଲିସ ତାଙ୍କ ଗାଡ଼ି ଉପରେ ଚଢ଼ାଉ କରିଛି।

ପ୍ରଦୀପଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟଳୟରେ ଅଟକ ରଖି ଅଧିକ ପଚରାଉଚୁରା କରାଯାଉଛି। କିନ୍ତୁ ଜବତ ହୋଇଥିବା ଟଙ୍କା ବାବଦରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ। ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଜୟପୁର ଏସପି ଶଶି ଶେଖର ମହାପାତ୍ର ସୂଚନା ଦେଇଛନ୍ତି।

ପ୍ରଦୀପ ଜଏଣ୍ଟ ଡାଇରେକ୍ଟର ଅଫ୍ ଏଗ୍ରିକଲଚର୍ ଭାବେ ପଦୋନ୍ନତି ପାଇଥିଲେ। ଆଜି ସେ ଏକ ଘରୋଇ ଗାଡ଼ିରେ ଜୟପୁରରୁ ରିଲିଫ ହୋଇ ଭୁବନେଶ୍ଵର ଯାଉଥିଲେ। ଭିଜିଲାନ୍ସ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜୟପୁର-କୋରାପୁଟ ରାସ୍ତାର ଦେଓଘାଟି ନିକଟରେ ତାଙ୍କ ଗାଡି ଉପରେ ଚଢ଼ାଉ କରିଥିଲା। ବର୍ତ୍ତମାନ ଭୁବନେଶ୍ୱରର ଶୈଳଶ୍ରୀ ବିହାରସ୍ଥିତ ତାଙ୍କ ବାସଭବନ ଉପରେ ଚଢ଼ାଉ ଜାରି ରହିଛି।

LEAVE A REPLY

Please enter your comment!
Please enter your name here