ଓଡିଶାଲାଇଭ୍ ବ୍ୟୁରୋ

ଜୟପୁରର ପାଡ଼ୁଆ ଡାକବଙ୍ଗଳା ନିକଟ ଟର୍ଣ୍ଣିଂ ନିକଟରେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ଏନେଇ ପାଡ଼ୁଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ ୪ଜଣ ନାବାଳକ ଜୟପୁରର ପାଡ଼ୁଆ ଡାକବଙ୍ଗଳା ଦେଇ ଦ୍ରୂତ ଗତିରେ ଯାଉଥିଲେ। ଯିବା ବାଟରେ ଡାକବଙ୍ଗଳା ନିକଟ ଟର୍ଣ୍ଣିଂ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ପାଡ଼ୁଆ ଅଞ୍ଚଳର ପଙ୍କଜ ମହାନ୍ତି(୧୫), ପ୍ରଶାନ୍ତ ଖରା(୧୬), ଶଶି ଖିଲ(୧୧) ଏବଂ କୃଷ୍ଣ ହନ୍ତାଳ(୧୨)। ଦୁର୍ଘଟଣା ପରେ ପାଡ଼ୁଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comment