ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟରୁ ପୁଣି ୪୬୯ ନୂଆ ପଜିଟିଭ୍ ଚିହ୍ନଟ
  • ୩୧୭ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୫୨ ଲୋକାଲ୍ କେସ୍
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି

ରାଜ୍ୟରେ ଆଜି ପୁଣି ୪ ଶହ ଟପିଲା ପଜିଟିଭ୍। ରବିବାର ଆଉ ୪୬୯ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୯ ହଜାର ଉପରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଚିହ୍ନଟ ହୋଇଥିବା ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଉ ୧୫୨ ଜଣ ଆକ୍ରାନ୍ତ ଲୋକାଲ୍ କେସ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ପ୍ରତିଦିନ ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୁଳରୁ ୧୧, ବାଲେଶ୍ୱରରୁ ୮, ଭଦ୍ରକରୁ ୧୬, ବଲାଙ୍ଗିରରୁ ୩, କଟକରୁ ୯୪, ଗଜପତିରୁ ୧୨ , ଯାଜପୁରରୁ ୨୫ , କଳାହାଣ୍ଡିରୁ ୨, କନ୍ଧମାଳରୁ ୧ , କେନ୍ଦ୍ରାପଡ଼ାରୁ ୫, କେନ୍ଧୁଝରରୁ ୨୫ , ଖୋର୍ଦ୍ଧାରୁ ୨୭, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୬, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨୪, ପୁରୀରୁ ୮, ସମ୍ବଲପୁରରୁ ୧୩ , ସୁନ୍ଦରଗଡ଼ରୁ ୬୬ ଓ ୪ ଜଣ ଏନଡିଆରଏଫ କର୍ମୀ ମଧ୍ୟ ପଜିଟିଭ୍ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୯୩୪ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୩୦୯୦ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment