ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- କରୋନାରେ ପ୍ରାଣ ହରାଇଲେ ଆଉ ଦୁଇ ଆକ୍ରାନ୍ତ
- ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାର ୨ ଆକ୍ରାନ୍ତ ମୃତ
- ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି
କରୋନାରେ ପ୍ରାଣ ହରାଇଲେ ଆଉ ୨ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଆଜି ପ୍ରାଣ ହରାଇଥିବା ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଗଜପତି ଜିଲ୍ଲାର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କର ବୟସ ଯଥାକ୍ରମେ ୪୦ ବର୍ଷ ଓ ୬୪ ବର୍ଷ ବୋଲି ସୂଚନା ମିଳିଛି। ତେବେ କରୋନା ବ୍ୟତୀତ ଏହି ଆକ୍ରାନ୍ତମାନେ ଡାଇବେଟିସରେ ମଧ୍ୟ ପୀଡ଼ିତ ଥିଲେ ବୋଲି କୁହାଯାଇଛି।
ପ୍ରଥମ ଥର ପାଇଁ ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ୨୦ ଜଣ ଆକ୍ରାନ୍ତ, ଖୋର୍ଦ୍ଧାର ୭ ଜଣ, କଟକର ୪ ଜଣ, ପୁରୀର ୧, ବରଗଡ଼ରୁ ୧ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇସାରିଛନ୍ତି।


















