ଓଡ଼ିଶାଲାଇଭ୍ ବ୍ୟୁରୋcorona-3

ଆମେରିକା ଏବଂ ବ୍ରାଜିଲ ପରେ ଭାରତରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୬ ଲକ୍ଷ ୭୩ ହଜାର ୧୬୫ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

ଏଥିମଧ୍ୟରୁ ୧୯,୨୬୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଲକ୍ଷ ୯୦ ହଜାର ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୪ ହଜାର ୮୫୦ କରୋନା କେସ୍ ରିପୋର୍ଟ ହୋଇଥିଲା ବେଳେ  ୬୧୩  ଜଣଙ୍କର ମୃତ୍ୟୁ ଘଟିଛି।

ଆମେରିକା, ବ୍ରାଜିଲ, ୠଷ ଭାରତ ପରେ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି। ମହାରାଷ୍ଟ୍ରରେ ୨ ଲକ୍ଷ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୦ ପାର ହୋଇଛି ।

Comment