ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗ୍ରହ ଶାନ୍ତି କରିବାକୁ ଆସିଥିବା ତାନ୍ତ୍ରିକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗାଁଲୋକେ। କେନ୍ଦ୍ରାପଡା ଖରନାସୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଖରନାସୀ ଗାଁର ବିଶ୍ୱନାଥ ମଣ୍ଡଳ ଓ ମନୋରଞ୍ଜନ ମଣ୍ଡଳ ଦୁଇ ପରିବାରଙ୍କ ମଧ୍ୟରେ ଜମିବାଡି ବିବାଦକୁ ନେଇ ଦୀର୍ଘଦିନର ଗଣ୍ଡଗୋଳ ଚାଲି ଆସୁଛି। ଏହି ଗଣ୍ଡଗୋଳକୁ ତନ୍ତ୍ର ମାଧ୍ୟମରେ ସମାଧାନ କରିବାକୁ ଶନିବାର ବିଳମ୍ବିତ ରାତିରେ ତାନ୍ତ୍ରିକ ବଲେଇ ଘଡ଼େଇକୁ ଡାକିଥିଲେ ବିଶ୍ୱନାଥ।

ପୂଜା ପାଠ କରି ତାନ୍ତ୍ରିକ ଜଣକ ମନୋରଞ୍ଜନଙ୍କ ଘରେ ପଶିବାକୁ ଚେଷ୍ଟା କରୁଥିଲେ। ଏକଥା ମନୋରଞ୍ଜନଙ୍କ ପତ୍ନୀ ଜାଣିବା ପରେ ଚିତ୍କାର କରି ସାହି ପଡ଼ିଶା ଲୋକଙ୍କୁ ଡାକିଥିଲେ। ତାଙ୍କ ପାଟି ଶୁଣି ପଡ଼ିଶା ଲୋକ ପହଞ୍ଚି ତାନ୍ତ୍ରିକକୁ ଗଛରେ ବାନ୍ଧି ନିସ୍ତୁକ ପିଟିବା ପରେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ତାନ୍ତ୍ରୀକ ବଲେଇ ଘଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comment