ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • କରୋନାରେ ପ୍ରାଣ ହରାଇଲେ ଆଉ ୪ ଆକ୍ରାନ୍ତ
  • ୩ ଜଣ ଗଞ୍ଜାମ ଜିଲ୍ଲାର, ଜଣେ ଭଦ୍ରକର
  • ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି

କରୋନାରେ ପ୍ରାଣ ହରାଇଲେ ଆଉ ୪ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୫୦ ଡେଇଁଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।

ଗୁରୁବାର କରୋନାରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ସେହିପରି ଅନ୍ୟଜଣେ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ସୂଚନା ରହିଛି।

ଏହାକୁ ମିଶାଇ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ୩୦ ଜଣ ପ୍ରାଣ ହରାଇ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ ଓ କଟକରୁ ୫ ଜଣ ପ୍ରାଣ ହରାଇଛନ୍ତି।

ସେହିପରି ରାୟଗଡ଼ା, ଗଜପତି, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଅନୁଗୁଳ, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି।CGU new

ଏଯାବତ ମୋଟ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇସାରିଲେଣି। ସେଥିମଧ୍ୟରୁ ୫୨ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ବାକି ୧୫ ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here