ଓଡିଶାଲାଇଭ୍ ବ୍ୟୁରୋ

ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ ଗିରଫ। ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ଆଇପିସି ୩୫୪(ଡି) ଓ ୬୭ ଆଇଟି ଆକ୍ଟ ବଳରେ ଗିରଫ କରିଛି ଭୁବନେଶ୍ଵର ମହିଳା ଥାନା ପୋଲିସ। କିଛି ସମୟ ମଧ୍ୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ବିଭୁପ୍ରସାଦ ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଉଥିଲେ। ଏନେଇ ମହିଳାଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିବା ପରେ ବିଭୁପ୍ରସାଦ ନିଜ ସପକ୍ଷରେ ସଫେଇ ଦେଇଥିଲେ। ସେ ସେଭଳି କିଛି କାର୍ଯ୍ୟ କରିନାହାନ୍ତି ବୋଲି କହିଥିଲେ।

ଏହାପରେ ମହିଳା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସମ୍ପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରାଯିବା ସହ ବିଭୁପ୍ରସାଦଙ୍କୁ ନିଜର ପକ୍ଷ ରଖିବା ପାଇଁ ନୋଟିସ୍ ଜାରି କରାଯାଇଥିଲା।CGU newଆଜି ସକାଳେ ସେ ଭୁବନେଶ୍ଵର ମହିଳା ଥାନାରେ ନିଜର ପକ୍ଷ ରଖିବା ପାଇଁ ହାଜର ହୋଇଥିଲେ। ସେଠାରେ ଦୀର୍ଘ ସମୟ ଧରି ଜେରା କରିବା ପରେ ଆଇପିସି ୩୫୪(ଡି) ଓ ୬୭ ଆଇଟି ଆକ୍ଟ ବଳରେ ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରିଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ପରେ କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଜାମିନ ନାମଞ୍ଜୁର ହେଲେ ତାଙ୍କୁ ଝାରପଡ଼ା ଜେଲ ନିଆଯିବ ବୋଲି ସୂଚନା ମିଳିଛି।

Comment