ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ପୌରାଞ୍ଚଳକୁ ଦୁଇ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଏଥିସହ ବାଲିମେଳା ଏନଏସି ଅଞ୍ଚଳକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।

ଏହି ସଟଡ଼ାଉନ୍ ୧୦ ତାରିଖ ରାତି ୮ଟାରୁ ଆରମ୍ଭ ହେବ। ଯାହାକି ୧୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲାପାଳ ଏହି ସଟଡାଉନ୍ ଘୋଷଣା କରିଛନ୍ତି।

ମାଲକାନଗିରିରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୧୧୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ ବି ୫୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି।CGU newଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ସଟଡାଉନ୍ ଘୋଷଣା କରିଛନ୍ତି। ଯାହାକି ଆଜିଠୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ।

LEAVE A REPLY

Please enter your comment!
Please enter your name here