ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମଣ।
ବଡ଼ଗଡ଼ ବ୍ରିଟ୍ କଲୋନୀରୁ ୪୫ ବର୍ଷୀୟ ଜଣେ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରୁ ଜଣେ ୭୧ ବର୍ଷୀୟ ପୁରୁଷଙ୍କ ନମୁନା ପଜିଟିଭ୍ ଆସିଛି। ଶୈଳଶ୍ରୀ ବିହାରର ୭୩ ବର୍ଷୀୟ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ ବିହାରରୁ ଜଣେ ୨୫ ବର୍ଷୀୟ ଯୁବକ ଏବଂ ୪୫ ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ସୂର୍ଯ୍ୟନଗରରୁ ୨୯ ବର୍ଷୀୟ ଜଣେ ଯୁବକ, ନିଳାଦ୍ରୀବିହାର ଅଞ୍ଚଳରୁ ୫୪ ବର୍ଷୀୟ ପୁରୁଷ, ଲୁଇସ୍ ରୋଡ୍ରେ ଥବା ଏକ ଘରୋଇ ହସ୍ପିଟାଲର ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ କରୋନା ହୋଇଛି। ପଳାଶୁଣୀ ଜିଜିପି କଲୋନୀର ଜଣେ ଯୁବତୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଘାଟିକିଆରୁ ଜଣେ ୮୩ ବର୍ଷୀୟ ମହିଳାଙ୍କ ନମୁନା ପଜିଟିଭ୍ ଆସିଛି।
ସେହିପରି ଆଜି ଭୁବନେଶ୍ୱରରୁ ଆଉ ୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।
















