ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରୁ ଚିହ୍ନଟ ହେଲେ ଆଉ ୧୦ କରୋନା ପଜିଟିଭ୍। ଶନିବାର କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୬ ଜଣ ସଂକ୍ରମିତଙ୍କ ଭିତରୁ ୧୦ ଜଣ ସିଏମସି ଅଞ୍ଚଳର ବୋଲି ସୂଚନା ମିଳିଛି।

ତେବେ ଏହି ନୂଆ ସଂକ୍ରମିତଙ୍କ ଭିତରୁ ୪ ଜଣ ସରକାରୀ କ୍ୱାରେଣ୍ଟାଇନ, ୫ ଜଣ ହୋମ୍ କ୍ୱାରେଣ୍ଟାଇନ ଓ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ବୋଲି କଟକ ମହାନଗର ନିଗମ ସୂଚନା ଦେଇଛି।

ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଜଣେ ଜଣେ କରୋନା ଯୋଦ୍ଧା ବୋଲି ସୂଚନା ମିଳିଛି। ସେହିପରି ଦୀୱାନ ବଜାରରୁ ଜଣେ ୨୨ ବର୍ଷୀୟ ଯୁବକ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଅନ୍ୟ ୫ ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି।CGU newଏହାକୁ ମିଶାଇ କଟକ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୨୦୫ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment