ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

top 10

ଦର୍ଶକଙ୍କ ମନୋରଞ୍ଜନ ପାଇଁ ଫିଲ୍ମଠୁ ଆରମ୍ଭ କରି ଛୋଟ ପରଦା ପର୍ଯ୍ୟନ୍ତ  ସବୁ କଳାକାର କରିଥାନ୍ତି କଠିନ ପରିଶ୍ରମ। ତେବେ ଏହି କ୍ଷେତ୍ରରେ ଛୋଟ ପରଦାର ଅଭିନେତ୍ରୀମାନେ ମଧ୍ୟ କୌଣସି ଭାବେ କମ ନୁହନ୍ତି।

CGU new

ଏପରି ଅନେକ ଟିଭି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ କ୍ରେଜ୍ ବଡ଼ ପରଦାର ଅଭିନେତ୍ରୀଠାରୁ ମଧ୍ୟ ବହୁତ ଅଧିକ। ତେବେ ଗୁଗଲ୍ ହିସାବରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଟପ୍ ୧୦ ଟେଲି ଅଭିନେତ୍ରୀ କିଏ କିଏ ଆସନ୍ତୁ ଜାଣିବା-

surbhi jyoti

ସୁରଭି ଜ୍ୟୋତି– ଟପ୍ ଟେନ୍ ଲିଷ୍ଟର ଦଶମ ସ୍ଥାନରେ ଅଛନ୍ତି ‘କୁବୁଲ୍ ହେ’ ଓ ‘ନାଗିନ’ ଫେମ୍ ସୁରଭି ଜ୍ୟୋତି। ସିରିୟଲ ବ୍ୟତୀତ କେତେକ ପଞ୍ଜାବୀ ଫିଲ୍ମରେ ମଧ୍ ସେ ଅଭିନୟ କରିଛନ୍ତି।

nia sharma

ନିଆ ଶର୍ମା– ନଅ ନମ୍ବରରେ ଅଛନ୍ତି ଅଭିନେତ୍ରୀ ନିଆ ଶର୍ମା। ‘ଏକ ହଜାରୋଁ ମେଁ ମେରୀ ବେହେନୀ ହେ’ ସିରିୟଲ ତାଙ୍କୁ ସଫଲତା ଆଣିଦେଇଥିଲା। ନିଜର ବୋଲ୍ଡ ଲୁକ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

krystal dsouza

କ୍ରିଷ୍ଟଲ ଡିସୋଜା– ସିରିୟଲ୍ ‘ଏକ ହଜାରୋଁ ମେଁ ମେରୀ ବେହେନୀ ହେ’ରେ ଝୀବୀକା ଚରିତ୍ରରେ ଦର୍ଶକଙ୍କୁ ମନକୁ ଛୁଇଁପାରିଥିଲେ କ୍ରିଷ୍ଟଲ୍। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା କ୍ରିଷ୍ଟଲ ଏହି ଲିଷ୍ଟରେ ଆଠ ନମ୍ବରରେ ଅଛନ୍ତି।

shriti jha

ସୃତି ଝା– ସିରିୟଲ୍ ‘କୁମକୁମ ଭାଗ୍ୟ’ରେ ପ୍ରଜ୍ଞା ଚରିତ୍ର ଦ୍ୱାରା ଘରେ ଘରେ ପରିଚିତ ସୃତି ଝା। ନିଜର ସୁନ୍ଦର ଅଭିନୟ ଦ୍ୱାରା ସେ ସମସ୍ତଙ୍କୁ ଚକିତ କରିଛନ୍ତି। ଏହି ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ସୃତି।

Mouni Roy1

ମୋନୀ ରୟ– କେବଳ ଛୋଟ ପରଦା ନୁହେଁ, ଫିଲ୍ମରେ ମଧ୍ୟ ମୋନୀ ରୟ ନିଜର ଜଲଓ୍ୱା ଦେଖାଇସାରିଛନ୍ତି। ଫିଲ୍ମ ‘ଗୋଲ୍ଡ’ର ଅଭିନେତ୍ରୀ ଏହି ଲିଷ୍ଟରେ ଷଷ୍ଠ ସ୍ଥାନରେ ଅଛନ୍ତି।

divyanka-tripathi-1

ଦିବ୍ୟଙ୍କା ତ୍ରିପାଠୀ– ପପୁଲାର ସିରିୟଲ ‘ୟେ ହେଁ ମହୋବତେଁ’ରେ ଦିବ୍ୟଙ୍କାଙ୍କ ଚରିତ୍ର ଏବଂ ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଡ୍ୟାନ୍ସ ରିଆଲିଟି ସୋ’ ‘ନଚ ବଲିଏ’ରେ ମଧ୍ୟ ସେ ବିଜେତା ଥିଲେ। ଏହି ଲିଷ୍ଟରେ ସେ ପଞ୍ଚମ ସ୍ଥାନରେ ଅଛନ୍ତି ଦିବ୍ୟଙ୍କା।

sanaya irani

ସନାୟା ଇରାନୀ– ‘ମିଲେ ଜବ୍ ହନ୍ ତୁମ୍’ ଓ ‘ଇସ ପ୍ୟାର କୋ ମେ କ୍ୟା ନାମ ଦୁଁ’ ଭଳି ସିରିୟଲରେ ନିଜର ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କ ମନ ଜିତିଛନ୍ତି ସନାୟା। ଏବା ବିଭିନ୍ନ ଡ୍ୟାନ୍ସ ରିଆଲିଟି ସୋ’ରେ ମଧ୍ୟ ନିଜର ଜଲଓ୍ୱା ଦେଖାଇଥିବା ସନାୟା ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି।

drashti dhami

ଦ୍ରଷ୍ଟି ଧାମୀ– ସିରିୟଲ ‘ଗୀତ’ ଓ ‘ମଧୁବାଲା’ ଭଳି ହିଟ୍ ସୋ’ରୁ ନାମ କରିଥିବା ଦୃଷ୍ଟି ଧାମୀଙ୍କ ଲୋକପ୍ରିୟତା ବହୁତ। ଏଥିପାଇଁ ସେ ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି।

Hina-Khan-Kasautii_d

ହିନା ଖାନ– ‘ୟେ ରିସ୍ତା କୟା କେହଲାତା ହେ’ରୁ ବେଶ୍ ଲୋକପ୍ରିୟତା ହାସଲ କରିଥିବା ହିନା ଖାନ ନିଜର ଷ୍ଟାଇଲିସ୍ ସୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏହା ବ୍ୟତୀତ ସେ ବଲିଉଡରେ ମଧ୍ୟ ଡେବ୍ୟୁ କରିସାରିଛନ୍ତି। ସେ ଏହି ଲିଷ୍ଟରେ ଦ୍ୱତୀୟ ସ୍ଥାନରେ ଅଛନ୍ତି।

jenifer

ଜେନିଫର ଓ୍ୱିଙ୍ଗେଟ୍– ଟିଭି ଇଣ୍ଡଷ୍ଟ୍ରୀରେ ରାଜ୍ କରୁଛନ୍ତି ଅଭିନେତ୍ରୀ ଜେନିଫର୍ ଓ୍ୱିଙ୍ଗେଟ୍। ନିଖୁଣ ଅଭିନୟ, ଷ୍ଟାଇଲିସ୍ ଆଉଟଫିଟ୍ ସହ ନିଜର ପର୍ସନାଲିଟି ପାଇଁ ଦର୍ଶକେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି। ତେଣୁ ଏହି ଟପ୍ ଟେନ୍ ଟିଭି ଆକ୍ଟ୍ରେସଙ୍କ ତାଲିକା ସେ ରହିଛନ୍ତି ପ୍ରଥମ ସ୍ଥାନରେ।

Comment