ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ଜଣାପଡ଼ିବା ପରେ ପୂରା ବଲିଉଡ ପୂରା ହଲଚଲ ହୋଇଯାଇଛି। ବିଗ୍ ବିଙ୍କର କରୋନା ପଜିଟିଭ୍ ପରେ ରବିବାର ଅମିତାଭଙ୍କର ୩ଟି ବଙ୍ଗଳା, ଜେଲସା, ପ୍ରତୀକ୍ଷା, ଜନକକୁ ସାନିଟାଇଜ କରାଯାଇଛି।
ବିଗ୍ ବି ଓ ଅଭିଷେକ ଏବେ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।
ଅନ୍ୟପଟେ ବିଗ୍ ବିଙ୍କ ପତ୍ନୀ ଜୟା ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା, ନାତୁଣୀ ଆରାଧ୍ୟଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି।