ଓଡ଼ିଶାଲାଇଭଉ ବ୍ୟୁରୋ

ଦେଶରେ କରୋନା ଭାଇରସ ପ୍ରବେଶ କରିବା ଦିନରୁ ଯାହାକୁ ବି ଫୋନ୍‌ କଲେ କରୋନା ସଚେତନତା ବାର୍ତ୍ତା ଶୁଣିବାକୁ ମିଳୁଛି। ଏହି ସଚେତନତା ବାର୍ତ୍ତାରେ ବଲିଉଡରେ ମହାନାୟକ ଅମିତାଭ ବଚ୍ଚନଙ୍କ କଣ୍ଠସ୍ୱର ରହିଛି। କିନ୍ତୁ ଏବେ ଏହି କଲର ଟ୍ୟୁନ୍‌ରୁ ଅମିତାଭଙ୍କ କଣ୍ଠସ୍ୱର ହଟାଇବାକୁ ଦାବି ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟରେ ଜଣେ ସାମାଜିକ କର୍ମୀ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି।

ଏହି ଆବେଦନରେ କୁହାଯାଇଛି ଯେ, ଅମିତାଭ ଏହି କାମ ପାଇଁ ସରକାରଙ୍କଠାରୁ ପଇସା ନେଉଛନ୍ତି। କିନ୍ତୁ ଏମିତି ବି ଅନେକ କରୋନା ଯୋଦ୍ଧା ଅଛନ୍ତି ଯେଉଁମାନେ ବିନା ସ୍ୱାର୍ଥରେ କରୋନା କାଳରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ତେଣୁ ଅମିତାଭଙ୍କ ବଦଳରେ ସେଭଳି କରୋନା ଯୋଦ୍ଧାଙ୍କ କଣ୍ଠରେ ଲୋକଙ୍କୁ ସଚେନତା ବାର୍ତ୍ତା ଦିଆଯାଉ।

କଲର ଟ୍ୟୁନ୍‌ରେ କ’ଣ କହିଛନ୍ତି ଅମିତାଭ?

‘‘ନମସ୍କାର,  ହମାରା ଦେଶ୍‌ ଅର୍‌ ପୂରା ବିଶ୍ୱ ଆଜ କୋଭିଡ ୧୯ କି ଚୁନୌତି କା ସାମ୍ନା କର୍‌ ରହା ହୈ। କୋଭିଡ ୧୯ ଅଭି ଖତ୍ମ ନେହିଁ ହୁଆ ହୈ। ଏସେ ମେ ହମାରା ଫର୍ଜ ହୈ କି ହମ୍‌ ସତର୍କ ରହେ। ଇସଲିଏ ଜବତକ ଦବାଇ ନେହଁ ତବତକ ଢିଲାଇ ନେହିଁ। ଦୋ ଗଜ୍‌କି ଦୂରୀ, ମାସ୍କ ଜରୁରୀ।’’

Comment